You are currently viewing ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛି ରେଡ଼କ୍ରସ ସୋସାଇଟି

ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛି ରେଡ଼କ୍ରସ ସୋସାଇଟି

  • Post category:ଓଡିଶା
  • Reading time:1 mins read

ନୟାଗଡ଼, (ବନ୍ଦିତା ଦାସ); କରୋନା ମହାମାରୀ ବିଶ୍ୱ ଓ ଦେଶରେ ତାଣ୍ଡବ ସୃଷ୍ଟି କରୁଥିବାବେଳେ, ଓଡ଼ିଶାର ନୟାଗଡ଼ ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ । ଜିଲ୍ଲା ରେଡ଼କ୍ରସ ସୋସାଇଟି ତରଫରୁ ଏହାର ସମାଜସେବୀମାନେ ଶନି ଓ ରବିବାର ଜିଲ୍ଲାରେ କ୍ଷତିଗ୍ରସ୍ଥ ଜନସାଧାରଣ ଓ ଜିବୀକା ହରାଇଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ସହ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି । ବିନା ସରକାରୀ ସହଯୋଗରେ ରେଡ଼କ୍ରସର ଏହି ସମାଜସେବୀମାନେ ଜିଲ୍ଲାରେ ଅସହାୟ ବ୍ୟକ୍ତିଙ୍କୁ ସେବା ଯୋଗାଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।