You are currently viewing କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । କରୋନାକୁ ଖାତିର ନ କରି ବିପଦଶଙ୍କୁଳ ସ୍ଥାନକୁ ଯାଇ ଟିକିଟିଖି ଖବର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ଗଣମାଧ୍ୟମ ପ୍ରତିନିଧି । କରୋନା ଭୂତାଣୁ, ଏହାର ସଂକ୍ରମିତ କାରଣ, ଜନ ସଚେତନତା ସୃଷ୍ଟି ସାଙ୍ଗକୁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଜନସାଧାରଙ୍କ ନିକଟରେ ପହଞ୍ଚାଇ ଗଣମାଧ୍ୟମ ପ୍ରତିନିଧି ପ୍ରଶଂସିତ ହୋଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ପରିବେଷିତ ତଥ୍ୟକୁ ଜାଣିବା ପାଇଁ ଦିନରାତି ଚାତକ ପରି ଅନେଇ ବସିଥାନ୍ତି ସରକାର, ପ୍ରଶାସନ ଓ ଜନସାଧାରଣ । ସବୁବେଳେ ଯିଏ ଜନସାଧାରଣ ଓ ପ୍ରଶାସନ ପାଇଁ କାମ କରୁଛି ସେହି ଗଣମାଧ୍ୟମ ପ୍ରତିନିଧିଙ୍କୁ ସହାୟତାର ହାତ ବଢ଼ାଇଛି ସ୍ୱେଚ୍ଛାସେବୀ ସଂଗଠନ ‘ରେଡ୍‍ ସ୍ୱସ୍ତିକ୍‍’ । ଆଜି ‘ରେଡ୍‍ ସ୍ୱସ୍ତିକ୍‍’ ପକ୍ଷରୁ ଜୟଦେବ ଭବନ ସମ୍ମୁଖରେ ଆୟୋଜିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭାଇଜର, ଗ୍ଲୋଭସ୍‍, ମାସ୍କ, ଆର୍ସେନିକ୍‍ ୩୦ଏଲ୍‍ବି, ସାନିଟାଇଜର, ପତଞ୍ଜଳି କାଢ଼ା ଆଦି ସୁରକ୍ଷା ଉପକରଣ ବିତରଣ କରାଯାଇଥିଲ ଏବଂ ସେମାନଙ୍କ କାର୍ଯ୍ୟକୁ ପ୍ରଂଶସିତ କରାଯାଇଥିଲା ।


‘ରେଡ୍‍ ସ୍ୱସ୍ତିକ୍‍’ର ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ମହାମାରୀ ‘କରୋନା’ ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ । କରୋନା ରୂପି ରାକ୍ଷସ ଅନେକ ନିରୀହ ଜୀବନ ନେଇସାରିଥିବାବେଳେ ବ୍ୟାପକ ସଚେତନତା ଦ୍ୱାରା ଏହା ରୋକାଯାଇପାରିବ । ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍‍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଗଣମାଧ୍ୟମ ପ୍ରତିନିଧି ଅନ୍ୟତମ । ଜନସାଧାରଣ କିଭଳି କରୋନା ସଂକ୍ରମଣରେ ଆକ୍ରାନ୍ତ ନ ହେବେ ସେଥିପାଇଁ ସେପାଇଁ ସେମାନେ ସଚେତନତା ଜାରି ରଖିଛନ୍ତି । ଏଥିପାଇଁ ସେମାନଙ୍କୁ ‘ରେଡ୍‍ ସ୍ୱସ୍ତିକ’ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି ।
ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରେଡ୍‍ ସ୍ୱସ୍ତିକ୍‍ ସୋସାଇଟି’ ରାଜ୍ୟ ତଥା ଦେଶ ବିଦେଶରେ କରୋନା ପରି ଏକ ମହାମାରୀ ସ୍ଥତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢ଼ାଇଛି । ସ୍ୱେଚ୍ଛାସେବୀ ସଂଗଠନ ‘ରେଡ୍‍ ସ୍ୱସ୍ତିକ୍‍’ର ଓଡ଼ିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଏବଂ ସଚିବ ତଥା କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ, ପୋଲିସ କମିଶନରଟେ୍‍ ସହଯୋଗରେ ରେଡ୍‍ ସ୍ୱସ୍ତିକ୍‍ ପକ୍ଷରୁ ନିରାଶ୍ରୟ ତଥା ଅସହାୟଙ୍କ ନିକଟରେ ୨୫,୬୩୨ ଖାଦ୍ୟପୁଡ଼ିଆ ବିତରଣ କରାଯାଇଛି । ଏହାସହିତ ‘ରେଡ୍‍ ସ୍ୱସ୍ତିକ୍‍’ ପକ୍ଷରୁ କମିଶନରେଟ୍‍ ପୁଲିସଙ୍କୁ ୫୧୫ ଓ ପୁରୀ ପୁରୀ ପୁଲିସଙ୍କୁ ୧୦୦ ଛତା, ଭାରତୀୟ ଡାକ ସେବା କର୍ମଚାରୀଙ୍କୁ ୧୦୦୦ରୁ ଊର୍ଦ୍ଧ୍ୱ ମାସ୍କ ବିତରଣ କରାଯାଇଛି । ସେହିପରି ‘ରେଡ୍‍ ସ୍ୱସ୍ତିକ୍‍’ ପକ୍ଷରୁ ଦୁଇ ଥର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ଏଥିରେ ୫୦ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିଲା । ପୂର୍ବତନ ମିସ୍‍ ଇଣ୍ଡିଆ ୱିନର୍‍ ୨୦୧୯, ମିସ୍‍ ଟନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ୨୦୧୮ ଏବଂ କିଟ୍‍ ନହ୍ନିପରି ୨୦୧୬ ମୈତ୍ରୀ ମୋନାଲି, ଲୋକ ସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରେଡ୍‍ ସ୍ୱସ୍ତିକ୍‍ର ସମସ୍ତ ସଦସ୍ୟଙ୍କ ସହ ଶ୍ରୀ ଗଗନ ପଇତାଲ ସହଯୋଗ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।