You are currently viewing ନିର୍ଦ୍ଦୟ ବାପାଠୁ ଶିଶୁକୁ ଉଦ୍ଧାର କଲା ଚାଇଲ୍ଡଲାଇନ ବିଭାଗ

ନିର୍ଦ୍ଦୟ ବାପାଠୁ ଶିଶୁକୁ ଉଦ୍ଧାର କଲା ଚାଇଲ୍ଡଲାଇନ ବିଭାଗ

ଟାଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଧିନସ୍ଥ ଭଜାଗଡ଼ ଗାଁରେ ଏକ ନିଷ୍ଠୁର ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗାଁର ଦେବାଶିଷ ବଳିଆରସିଂ ନାମକ ଜଣେ ବ୍ୟକ୍ତି ତାଙ୍କର ଛୋଟ ଶିଶୁକୁ କୌଣସି କାରଣରୁ ନିର୍ଦ୍ଧୁମ ଛେଚୁଥିଲେ । ଏହି ଘଟଣାକୁ ଶିଶୁଟିର ମା’ ଅର୍ଥାତ୍ ଦେବାଶିଷଙ୍କ ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ।

ଏଭଳିସ୍ଥଳେ ବିଶେଷ ସୂତ୍ରରୁ ଖବର ପାଇ ଗାଁରେ ପହଞ୍ଚିଥିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ ଲାଇନ ବିଭାଗ । ଉଭୟ ମା’ ଓ ଶିଶୁକୁ ଉଦ୍ଧାର କରି ସମ୍ପର୍କୀୟଙ୍କ ପାଖରେ ଛାଡ଼ିଥିଲେ । ଥାନାରେ ଅଭିଯୋଗ ହେଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଙ୍ଗୀ ଥାନା ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।