You are currently viewing ମହିଳାଙ୍କୁ ଧକ୍କା ଦେଲା କାର୍

ମହିଳାଙ୍କୁ ଧକ୍କା ଦେଲା କାର୍

  • Post category:ଓଡିଶା
  • Reading time:1 mins read

ବୌଦ୍ଧ(ଏଏନଏସ) ୧୫/୦୧: ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା କାର୍। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ  ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ଗୁରୁତର ସ୍ୱାମୀଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣକ ହେଲେ ନୁଆଦେଇ କୁମ୍ଭାର ଏବଂ ଗୁରୁତର ସ୍ୱାମୀ ହେଲେ ସଚିନ୍ଦ୍ର କୁମ୍ଭାର।  ଏହି ସଡକ ଦୁର୍ଘଟଣା ବୌଦ୍ଧ ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ଥାନା ଗୁଦ୍ ଗୁଦା ହାଟ ପୋଲ ନିକଟରେ ଘଟିଛି ।

ସୂଚନା ଅନୁଯାୟୀ  ବୌଦ୍ଧ ବ୍ଲକ୍ ଖଲିଆପାଲି ପଞ୍ଚାୟତ ପୁଡୁଗ ପଦର୍ ଗ୍ରାମର ସଚିନ୍ଦ୍ର କୁମ୍ଭାର ଏବଂ ତାଙ୍କ ସ୍ତ୍ରୀ ନୁଆଦେଇ କୁମ୍ଭାର ସାଇକେଲ ଯୋଗେ ଗୁଦଗୁଦା ହାଟରୁ ଘରକୁ ଫେରୁଥିବା ବେଳେ ସୋନପୁର ପଟରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଘଟଣା ସ୍ଥଳରେ ନୂଆଦେଇ କୁମ୍ଭାରଙ୍କ ମୃତ୍ୟୁ ଘଟିଥିଲା  । ସେପଟେ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ବାଉଁସୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ଏବଂ କ୍ଷତି ପୂରଣ ଦାବି କରିଛନ୍ତି ।ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।