You are currently viewing ପୁରୀରେ ଆରଏସଏସ ମୁଖ୍ୟ ମୋହନ ଭାଗବତ : ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀରେ ଆରଏସଏସ ମୁଖ୍ୟ ମୋହନ ଭାଗବତ : ମହାପ୍ରଭୁଙ୍କୁ କଲେ ଦର୍ଶନ

  • Post category:ଓଡିଶା
  • Reading time:1 mins read

ଏଏନଏସ : ପୁରୀରେ ଆରଏସଏସ ମୁଖ୍ୟ ମୋହନ ଭାଗବତ। ଆଜି ସକାଳୁ ପୁରୀ ଅଭିମୁଖେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେଠାରେ ମୋହନ ଭାଗବତଙ୍କୁ ବରିଷ୍ଠ ସେବାୟତମାନେ ଖଣ୍ଡୁଆ ବସ୍ତ୍ର ଦେଇ ସ୍ବାଗତ କରିଥିଲେ । ମନ୍ଦିର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ମା’ ବିମଳା ଓ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ନେଇଥିଲେ ମୋହନ ଭାଗବତ ।

ସୂଚନା ଅନୁଯାୟୀ, ଅପରାହ୍ନରେ ସେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ଆସନ୍ତାକାଲିଠାରୁ ପୁରୀରେ ସଂଘର ଦୁଇ ଦିନିଆ ପ୍ରାନ୍ତ ସେବା ପ୍ରମୁଖଙ୍କର ବୈଠକ ଅନୁଷ୍ଠିତ ହେବ। ଏଥିରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।