ବ୍ରହ୍ମପୁର(କୃଷ୍ଣଚନ୍ଦ୍ର ପାଲ), ସୂଚନା ଅଧିକାର ନିୟମ ଅନୁସାରେ ଭାରତର ସମସ୍ତ ନାଗରିକ ସୂଚନା ପାଇବାକୁ ହକଦାର ଥିବାବେଳେ ଏହି ନିୟମଟି ଗଞ୍ଜାମ ଜିଲ୍ଲା ପାଇଁ ଲାଗୁ ହେଉନାହିଁ । ଅନେକ ଯାଗାରେ ଜନସୂଚନା ଅଧିକାରୀମାନେ ଆବେଦନକାରୀଙ୍କୁ ଠିକଣା ସମୟରେ ତଥ୍ୟ ଦେଉନାହାନ୍ତି, କିମ୍ବା ତଥ୍ୟ ଦେବାରେ ଅହେତୁକ ବିଳମ୍ବ କରୁଛନ୍ତି । ଏଥିପାଇଁ ଆବେଦନକାରୀମାନେ ସୂଚନା କମିଶନରଙ୍କ ନିକଟରେ ଆବେଦନ କରିବା ଫଳରେ ସୂଚନା ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଛି । ମିଳିଥିବା ସୂଚନା ଅନୁସାରେ ୧୦.୩.୨୦୨୦ରେ କୃଷ୍ଣଚନ୍ଦ୍ର ପାଲ ନାମକ ଜନୈକ ସୂଚନା ଅଧିକାର କର୍ମୀ ଓୟୁଟିକୁ କିଛି ସୂଚନା ମାଗିଥିଲେ । ୩୦ ଦିନ ମଧ୍ୟରେ ସୂଚନା ନମିଳିବାରୁ ୨୨.୬.୨୦୨୦ରେ ପ୍ରଥମ ଅପିଲେଟ କର୍ତ୍ତୁପକ୍ଷଙ୍କୁ ଅପିଲ କରିଥିଲେ । ଜନସୂଚନା ଅଧିକାରୀ ସୂଚନା ଦେବା ନିମନ୍ତେ ୫୦୦ ଟଙ୍କା ଜମା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦ୍ୱାରା କି ଶ୍ରୀ ପାଲ ୫୦୦ ଟଙ୍କା ଦାଖଲ କରିଥିଲେ । ମାତ୍ର ଏଯାବତ୍ କୌଣସି ସୂଚନା ଦେଇନାହାନ୍ତି ସଂପୃକ୍ତ ସୂଚନା ଅଧିକାରୀ । ଏହା ବିରୋଧରେ ଦ୍ୱିତୀୟ ଅପିଲ କରାଯାଇଥିବା ମଧ୍ୟ ଜଣାଯାଇଛିା ଏଠାରେ ପ୍ରଶ୍ନ ଉଠେ ସାରା ଭାରତରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେଉଥିବାବେଳେ ଗଞ୍ଜାମ ଜିଳ୍ଲା ଏଥିରୁ ବାଦ୍ ପଡୁଛି କିପରି ? ରାଜ୍ୟ ସୂଚନା କମିଶନର ଏଥିପ୍ରତି ଧ୍ୟାନ ଦେବାକୁ ନିବେଦନ କରଛନ୍ତି ସଂପୃକ୍ତ ସୂଚନା ଅଧିକାର କର୍ମୀ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍