You are currently viewing ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତିମାନ ଲକ୍ଷରେ ସଚିନ ବେହେରା

ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତିମାନ ଲକ୍ଷରେ ସଚିନ ବେହେରା

ଭୁବନେଶ୍ୱର/ନୂଆପଡା(ଏଏନଏସ)୦୪/୦୧: ଭାରତର  ନିଷ୍ଟ୍ରାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ସଚିନ ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବାନିଷ୍ଟ୍ରାଇକ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡସ ରେ ନିଜ ନାମକୁ ଲିପି ବଦ୍ଧ କରିସାରିଥିବା ବେଳେ ପୁଣି ଥରେ ଏହି ଦୁଃସାହିକ କ୍ରୀଡ଼ାବିତ ଏବେ ପାଞ୍ଚ କେଜି ଏଙ୍କେଲ ୱଟେ ବାନ୍ଧି ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟ୍ରାଇକ କରିବେ ।

ଏହି କ୍ରମରେ ସେ ପାକିସ୍ତାନର ବିଶ୍ୱ ପ୍ରସିଦ୍ଧ ମୁଷ୍ଟି ଯୋଦ୍ଧା ମହମ୍ମଦ ରସିଦଙ୍କ ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବା ଆଶାରେ ରହିଛନ୍ତି ।

ସୂଚନା ଯୋଗ୍ୟ ପୂର୍ବରୁ ସଚିନ ବେହେରା ଗିନିଜ ୱାର୍ଲଡ଼ ରେକର୍ଡରେ ନିଜର ନାଁ ହାସଲ କରିସାରିଛନ୍ତି। ସଚିନ ହେଉଛନ୍ତି ନୂଆପଡା ଜିଲ୍ଲା, ବୋଡ଼େନ ବ୍ଲକର ଲରକା ଗ୍ରାମର ଲଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ସୁପୁତ୍ର । ନିଜର ଦ୍ୱିତୀୟ ଗିନିଜ ବିଶ୍ୱ କିର୍ତ୍ତୀମାନ ଲାଗି ଗତ ୧୫ ତାରିଖରେ ଅନୁମତି ପାଇଥିଲେ ସଚିନ ।

ଏହି ପ୍ରତିକ୍ଷିତ କାର୍ଯ୍ୟକ୍ରମ ଏକ୍ସପୋର୍ଟ ଉଇଟିନେସ ଭାବରେ ସୁଧୀର ଚନ୍ଦ୍ର, ଛତ୍ରିଆ, ସୌମ୍ୟରଞ୍ଜନ ଦାଶ, କିକ ପ୍ୟାଡ଼ କିପର ଭାବରେ ଅମନ ପାଣ୍ଡେ , ଟାଇମ କିପର ଭାବରେ କ୍ରୀଡ଼ାବିତ ସସ୍ମିତା ରାଉତରାୟ, ଗଜେନ୍ଦ୍ର ବାରିକ ଦାୟିତ୍ୱ ତୁଲାଇବେ । ସଚିନ ସାମରିକ କଳାରେ ରୁଚି ରଖିଥିବା ସହିତ ଭୁବନେଶ୍ୱର ଠାରେ ଥିବା ହାଇଟେକ କଲେଜ  ଅଫ ଫିଜିଓଥେରାପିରେ ଇଣ୍ଟନସିପ କରୁଛନ୍ତି । ଅନ୍ୟପଟେ ସଚିନଙ୍କ ଏହି ଖବର ପ୍ରଚାରିତ ହେବା ପରେ ବୋଡେନ ତଥା ନୂଆପଡା ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।