ଭୁବନେଶ୍ୱର(ଏଏନଏସ)୨୫/୦୫, ଡେଉଁଛି ପାରଦ, ବଢୁଛି ତାତି । ଆକାଶରୁ ଅଗ୍ନିବର୍ଷା ହେଉଛି । ଖରା ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୯ଟାରୁ ମାଡ଼ି ଆସୁଛି ଖରା । ଦିନ ବଢ଼ିବା ସହ ତାତି ବଢୁଛି । ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମକୋପ । ଜଳିବ ସାରା ଓଡ଼ିଶା । ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହେବ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ । ଉପକୂଳରେ ୪୦ ଡିଗ୍ରୀ ଉପରେ ରହିପାରେ ପାରଦ । ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା ୨୫ ସହରର ତାପମାତ୍ରା । ୪୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ହୋଇଥିଲା ନୂଆପଡ଼ା । ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ସମ୍ଭାବନା ରହିଛି । ଏହାର ପ୍ରଭାବର ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ । ଆଜି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୧ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି, ଚଳିତ ସପ୍ତାହରେ କେରଳ ଓ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ପ୍ରାକ୍ ମୌସୁମୀ ଯୋଗୁ ତାପମାତ୍ରା କମିବ । ତେବେ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଜୁନ୍ ୧୦ ଆଗରି କମିବା ସମ୍ଭାବନା କମ୍ ରହିଛି । ମୌସୁମୀ ବର୍ତ୍ତମାନ ଦୁର୍ବଳ ରହିଛି । ଆସନ୍ତା ୫ ଦିନ ଭିତରେ ପୂର୍ବ ଏସିଆକୁ ଅଗ୍ରସର ହୋଇ ପାରୁନାହିଁ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ