You are currently viewing ସାମ୍ବାଦିକଙ୍କୁ ଏଏସପିଙ୍କ ମାଡ

ସାମ୍ବାଦିକଙ୍କୁ ଏଏସପିଙ୍କ ମାଡ

  • Post category:ଓଡିଶା
  • Reading time:1 mins read

ନବରଙ୍ଗପୁର(ଏଏନଏସ)୧୫/୦୯, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ସାମ୍ବାଦିକଙ୍କୁ ହୋଇଛି ଆକ୍ରମଣ । ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ ନବରଙ୍ଗପୁର ଏଏସପି ଜୟକୃଷ୍ଣ ବେହେରାଙ୍କ ବିରୋଧରେ ଥାନା ଆଗରେ ଧାରଣା ଦେଇଥିଲେ ସାମ୍ବାଦିକ । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏଏସ୍‌ପିଙ୍କ ମାଡ଼ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ । ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ସାମ୍ବାଦିକ । ଏବେ ଏଏସପି ଜୟକୃଷ୍ଣ ବେହେରା ଛୁଟିରେ ଅଛନ୍ତି । ଅଭିଯୋଗ ହୋଇଛି, ବରଗଡ଼ ଅଞ୍ଚଳର ଜଣେ ବିବାହିତା ମହିଳା ପାପଡାହାଣ୍ଡି ଅଞ୍ଚଳର ଓମ୍‌ ପ୍ରକାଶ ଜ୍ଞାନଚାନ୍ଦଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ମହିଳା ଘରୁ ଆସି ଓମପ୍ରକାଶଙ୍କ ଘରେ ରହୁଥିଲେ । ପରେ ତାଙ୍କ ପରିବାର ଲୋକ ଆସି ମହିଳାଙ୍କୁ ସାଙ୍ଗରେ ନେବା ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପାପଡାହାଣ୍ଡି ଥାନାରୁ ମହିଳାଙ୍କୁ ନେବା ବେଳେ ସାମ୍ବାଦିକମାନେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ମା଼ଡ ମାରିଥିଲେ ଏଏସପି ଜୟକୃଷ୍ଣ ବେହେରା ।

ଅନ୍ୟମାନଙ୍କୁ ଜଣାନ୍ତୁ।