You are currently viewing ଜାତୀୟ ପତାକା ସଦୃଶ ମାସ୍କକୁ କରନ୍ତୁ ନା’ । କାହିଁକି ଜାଣନ୍ତୁ…

ଜାତୀୟ ପତାକା ସଦୃଶ ମାସ୍କକୁ କରନ୍ତୁ ନା’ । କାହିଁକି ଜାଣନ୍ତୁ…

ଆସନ୍ତାକାଲି ସ୍ୱାଧୀନତା ଦିବସ । ଏବେ କରୋନା ମହାମାରୀ ପାଇଁ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି । କିଛି ଦୋକାନରେ ତ୍ରିରଙ୍ଗା ପତାକାର ମାସ୍କ ମଧ୍ୟ ମିଳୁଛି । ଆପଣମାନଙ୍କୁ ଅନୁରୋଧ ଏଭଳି ମାସ୍କ ବିକ୍ରୀ କରନ୍ତୁ ନାହିଁ କିମ୍ବା କେହି ଏହାକୁ କିଣନ୍ତୁ ନାହିଁ । ଏହା କୌଣସି ବ୍ୟବସାୟୀଙ୍କର ବ୍ୟବସାୟକୁ ନଷ୍ଟ କରିବା ପାଇଁ କୁହାଯାଉନାହିଁ । ତ୍ରିରଙ୍ଗ ପତାକା ସଦୃଶ ମାସ୍କ ତିଆରି କିମ୍ବା ବିକ୍ରୀ ନକରି ଅଲଗା ପ୍ରକାରର ପ୍ରସ୍ତୁତ କରି ବ୍ୟବସାୟ କରନ୍ତୁ । ଏଭଳି କହିବାର ତାତ୍ପର୍ଯ୍ୟ, କିଛି ଦିନ ମାସ୍କର ବ୍ୟବହାର ପରେ ସମସ୍ତେ ଡଷ୍ଟବିନରେ ହିଁ ପିଙ୍ଗିଥାନ୍ତି ।

ଯଦି ଆମେ ଏଭଳି କରିବା, ତେବେ ଆମ ଜାତୀୟ ପତାକାର ଅପମାନ ହେବ । ପରୋକ୍ଷରେ ଆମେ ଆମର ତ୍ରିରଙ୍ଗାର ଅପମାନ କରୁଚେ ବୋଲି ଭାବିନେବାକୁ ପଡ଼ିବ । ଏଭଳି ସଚେତନ ଖାଲି ଆମେ ନୁହେଁ, ଅନେକ ବ୍ୟକ୍ତି ନିଜ ନିଜ ସୋସିଆଲ ଆକାଉଣ୍ଟ ମାଧ୍ୟମରେ କରିବାରେ ଲାଗିଛନ୍ତି । ତେଣୁ ଏଥିରୁ ନିଜେ ଦୂରେଇ ରହିବା ସହ ଅନ୍ୟକୁ ସଚେତନ ମଧ୍ୟ କରାନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।