You are currently viewing ସ୍କୁଲ ଓ କଲେଜ୍ ରିଓପନ୍: ଜାଣନ୍ତୁ କେଉଁମାନେ ସ୍କୁଲ କଲେଜ୍ ଯାଇପାରିବେ;

ସ୍କୁଲ ଓ କଲେଜ୍ ରିଓପନ୍: ଜାଣନ୍ତୁ କେଉଁମାନେ ସ୍କୁଲ କଲେଜ୍ ଯାଇପାରିବେ;

ସେପ୍ଟେମ୍ବର ୨୧ ରୁ ପୁଣି ଥରେ ସ୍କୁଲ୍ ଓ କଲେଜ ଖୋଲିବ ବୋଲି ଅନୁମତି ମିଳିଛିିି । ଏଥିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।
କେଉଁ କେଉଁ ମାନେ ସ୍କୁଲକୁ ଯାଇପାରିବେ :
ସମସ୍ତେ ସ୍କୁଲ୍ ଓ କ୍ୟାମ୍ପସ୍‌କୁ ଯାଇପାରିବେ ନାହିଁ । ବିଦ୍ୟାଳୟକୁ କେବଳ ନବମ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଅଫ୍‌ଲାଇନ କ୍ଳାସ୍ ନିମନ୍ତେ ଯାଇପାରିବେ । ଯେଉଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ଶିକ୍ଷା ପାଇପାରିବେ ନାହିଁ କିମ୍ବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ବିଦ୍ୟାଳୟ ଏକ ସହାୟତା ଭାବରେ ଖୋଲିବ । କଲେଜଗୁଡ଼ିକ ପାଇଁ ମଧ୍ୟ ଦକ୍ଷତା ପ୍ରତିଷ୍ଠାନରେ ନାମ ଲେଖାଇଥିବା ଛାତ୍ର , ପିଏଚ୍‌ଡ଼ି , ସ୍ନାତକୋତ୍ତର ଛାତ୍ର ସେମାନଙ୍କ ଅଧ୍ୟୟନରେ ପ୍ରାକ୍ଟିକାଲ୍ ଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ କ୍ୟାମ୍ପସ୍‌କୁ ଡକାଯିବ ।


ଶିକ୍ଷାର ଧାରା କ’ଣ ହେବ; ବିଦ୍ୟାଳୟ ଓ କଲେଜ୍ ଗୁଡ଼ିକୁ ପ୍ରତ୍ୟେକ୍ଷ ଭାବେ ଶିକ୍ଷା ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରାଯାଇନାହିଁ । ଉଭୟଙ୍କୁ ଅନ୍‌ଲାଇନ୍ ଶିକ୍ଷା ଜାରି ରଖିବାକୁ ପଡ଼ିବ ।
କେଉଁ କଲେଜ୍ ଓ ବିଦ୍ୟାଳୟ ଖୋଲିବ ;
କେବଳ ସେହି ବିଦ୍ୟାଳୟ ଓ କଲେଜ୍ ଗୁଡ଼ିକ ଖୋଲିବ ଯାହା କଣ୍ଟେନମେଣ୍ଟ ଜୋନ୍‌ର ବାହାରେ ରହିଛି । ସରକାରୀ ନିୟମ ଅନୁଯାୟୀ ଶ୍ରେଣୀଗୃହରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

କଣ୍ଟେନମେଣ୍ଟ ଜୋନ୍ ରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ କ୍ୟାମ୍ପସ୍ ଭିତରକୁ ଅନୁମତି ଦିଆଯିବ ନାହିଁ । ବୃଦ୍ଧ, ଗର୍ଭବତୀ ମା ଏବଂ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ କ୍ୟାମ୍ପସ୍‌କୁ ଡ଼କାଯିବ ନାହିଁ ।
ଏହିସବୁ ନିୟମକୁ ମାନି ସ୍କୁଲ ଓ କଲେଜ୍ ଖୋଲାଯିବା ନେଇ କେନ୍ଦ୍ର୍ର ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।