You are currently viewing ସିଲ୍ ହେଲା ସାଂସଦଙ୍କ କାର୍ଯ୍ୟାଳୟ!

ସିଲ୍ ହେଲା ସାଂସଦଙ୍କ କାର୍ଯ୍ୟାଳୟ!

ଭୁବନେଶ୍ୱର, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଳାଶପଲ୍ଲୀ ସ୍ଥିତ କାର୍ଯ୍ୟାଳୟ ସିଲ୍ କରାଯାଇଛି। ଏହାକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନୋଟିସ ଦେଇଛି । କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର କାର୍ଯ୍ୟାଳୟରେ ଆଜି ଏକ ବିଏମସିର ଟିମ୍ ପହଞ୍ଚି ତନାଘନା କରିଥିଲେ। ଏହାପରେ ୧୫ ଦିନ ପାଇଁ ଉକ୍ତ ଅଫିସ୍ ସିଲ୍ ହେଲା ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ନିଜ ଜନ୍ମଦିନରେ କୋଭିଡ ଗାଇଡଲାଇନ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି କେନ୍ଦ୍ରକୁ ଚିଠି ଲେଖିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।