ସୁନ୍ଦରଗଡ଼: ସେଲଫି ନେବେ ସମୟରେ ଅଘଟଣ ଘଟୁଥିବା କଥା କିଛି ନୂଆ ନୁହେଁ । ବାରମ୍ବାର ସଚେତନ କରିବା ସତ୍ତ୍ୱେ ମଧ୍ୟ ଏବେବି ସେହି ଭୁଲ କରୁଛନ୍ତି ଅନେକ । ତେବେ ଆଜି ସେଲ୍ଫି ନେଉଥିବା ବେଳେ ଏକ ଅଘଟଣ ଘଟିଛି ସୁନ୍ଦରଗଡ ଜିଲ୍ଲାରେ | ସୂଚନା ଅନୁସାରେ ପିକନିକ୍ ସମୟରେ ସେଲଫି ନେଉଥିବାବେଳେ ଇବ୍ ନଦୀରେ ଜଣେ ଯୁବତୀ ଭାସିଯାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁର କୁମ୍ଭାରପଡା ଅଞ୍ଚଳର ଅନୁପମା ପ୍ରଜାପତି ବୋଲି ଜଣାପଡିଛି । ପିକନିକ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଇବ୍ ନଦୀ ଉପରେ ଥିବା କନାକୁଣ୍ଡାଠାରେ ଏକ ପଥର ଉପରେ ଛିଡ଼ା ହୋଇ ସେଲଫି ନେଉ ଥିବାବେଳେ ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ପାଣିରେ ବୁଡ଼ି ଯାଇଥିଲେ। ଯୁବତୀ ଜଣକ ବର୍ତ୍ତମାନ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକେ, ତଲସରା ପୁଲିସ ଏବଂ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। କିନ୍ତୁ ନିଖୋଜ ହେବାର ୫ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯୁବତୀଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍