You are currently viewing ସିମ୍‌ କାର୍ଡ ସ୍ୱାପିଂ ଠକେଇ, ୩ ଅଟକ

ସିମ୍‌ କାର୍ଡ ସ୍ୱାପିଂ ଠକେଇ, ୩ ଅଟକ

କଟକ-୧୮.୦୯.୨୦୨୧, ସିମ୍‌ କାର୍ଡ ସ୍ୱାପିଂ ଠକେଇ ରାକେଟ୍ ଠାବ କରିଛି କମିଶନରେଟ ପୋଲିସ । ଏହି ମାମଲାରେ ସଂପୃକ୍ତ ଥିବା ୩ ଜଣଙ୍କୁ ଧରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କଠାରୁ ବିପୁଳ ପରିମାଣର ସିମ୍‌ କାର୍ଡ, ଆଧାର କାର୍ଡ, ମୋବାଇଲ ମଧ୍ୟ ଜବତ ହୋଇଛି ।
ତଥ୍ୟ ଅନୁସାରେ, ଏହି ଠକମାନେ ପ୍ରଥମେ ସ୍ପେଶାଲ ନମ୍ବର ବ୍ୟବହାରକାରୀ ଗ୍ରାହକଙ୍କୁ ଟାର୍ଗେଟ କରୁଥିଲେ। ପରେ ସେହି ନମ୍ବରରେ କଲ୍ କରି, ସିମ ବନ୍ଦ ହୋଇଯିବ ବୋଲି କହୁଥିଲେ। ଏହାପରେ ଗ୍ରାହକଙ୍କଠାରୁ ଓଟିପି ନମ୍ବର ଆଣି ଲୁଟୁଥିଲେ। ଏହି ଘଟଣାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ପୋଲିସ ଆଉ ୩ ଜଣ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ । ତେବେ ଏହି ମାମଲାରେ ଅଧିକ ତଦନ୍ତ କରୁଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।