You are currently viewing ପାଣି ପଚପଚ ବଡ଼ମ୍ବା ଚିକିତ୍ସାଳୟର ପ୍ରବେଶ ପଥ, ସଂକ୍ରମଣର ଆଶଙ୍କା ଅଧିକ

ପାଣି ପଚପଚ ବଡ଼ମ୍ବା ଚିକିତ୍ସାଳୟର ପ୍ରବେଶ ପଥ, ସଂକ୍ରମଣର ଆଶଙ୍କା ଅଧିକ

  • Post category:ଓଡିଶା
  • Reading time:1 mins read

ବଡ଼ମ୍ବା, କରୋନା ସମୟରେ ସରକାର ସ୍ୱଚ୍ଛତା ଉପରେ ବେଶି ପ୍ରାଧାନ୍ୟ ଦେଉଥିବାବେଳେ, ଏଠାରେ ଚିତ୍ର ପୁରା ଅଲଗା । ଅପରିଷ୍କାର ଅବସ୍ଥାରେ ପଡ଼ିରହିଛି କଟକ ଜିଲ୍ଲା ବଡ଼ମ୍ବା ହସ୍ପିଟାଲର ପ୍ରବେଶ ପଥ । ଏହା ଉପରେ ଅନେକ ଲୋକ ନିର୍ଭର କରିଥାନ୍ତି । କରୋନା ମହାମାରୀ ପାଇଁ ଏବେ ଅନେକ ରୋଗୀ ଏଠାକୁ ଆସୁଛନ୍ତି ।

ଏପରି ସମ୍ବେଦନଶୀଳ ସମୟରେ ଚିକିତ୍ସାଳୟ ପରିସରର ଏଭଳି ଦୃଶ୍ୟ ସରକାରଙ୍କର ସ୍ୱଚ୍ଛ ଓ ପରିଷ୍କାରର ନାରା ଉପରେ ପ୍ରଶ୍ନ ଉଠୁଛି । ଯଦି ଚିକିତ୍ସାଳୟର ଅବସ୍ଥା ଏମିତି, ତେବେ ଅନ୍ୟାନ୍ୟ ସ୍ଥାନ କଥା କ’ଣ କହିବା । ଅନେକ ଦିନରୁ ପାଣିଜମି ଅପରିଷ୍କାର ହୋଇ ପଡ଼ିରହିଥିବାରୁ ରୋଗୀମାନେ ହସ୍ପିଟାଲ ଭିତରକୁ ସଠିକ୍ ଭାବରେ ପ୍ରବେଶ କରିପାରୁନାହାଁନ୍ତି ।

ତା’ଛଡ଼ା ଏମିତି ସ୍ଥାନରେ ଅନ୍ୟାନ୍ୟ ରୋଗ ସଂକ୍ରମଣରର ସମ୍ଭାବନା ମଧ୍ୟ ଅଧିକ । ତେଣୁ ହସ୍ପିଟାଲ କର୍ତ୍ତୁପକ୍ଷ ଏହା ଉପରେ ଧ୍ୟାନ ଦେଇ ଉକ୍ତ ସ୍ଥାନକୁ ପରିଷ୍କାର କରିବାକୁ ଅଞ୍ଚଳରେ ଦାବି ହେଉଛି । ତେବେ ଦେଖିବାକୁ ବାକି ରହିଲା କେବେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ନଜର ପଡ଼ୁଛି ଏହି ସ୍ଥାନ ଉପରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।