ଓଜେଇଇ ପରୀକ୍ଷା ପାଇଁ ଜାରି ହେଲା ଏସଓପି

ଭୁବନେଶ୍ବର, ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି।
ସମସ୍ତ ପରୀକ୍ଷା କେନ୍ଦ୍ରରେ, ମୋଟ ବସିବା କ୍ଷମତାର ମାତ୍ର ୫୦ ପ୍ରତିଶତ ବ୍ୟବହାର କରାଯିବ, ଯେପରି ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ରମାଗତ ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ବଜାୟ ରହିବ ।
ଯଦି କୌଣସି ପରୀକ୍ଷାର୍ଥୀଙ୍କର ତାପମାତ୍ରା କିମ୍ବା ଅନ୍ୟ କୌ ଣସି କରୋନା ଲକ୍ଷଣ ଥିବା ପରି ଦେଖାଯାଏ, ତାଙ୍କୁ ସ୍ବତନ୍ତ୍ରଭାବେ ନିର୍ମିତହଲରେ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ।
ପ୍ରତ୍ୟେକ ସିଫ୍ଟ ଆରମ୍ଭ ପୂର୍ବରୁ, ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ବସିବା ସ୍ଥାନ, ଚେୟାର, ଡେସ୍କ, ମନିଟର, କିବୋର୍ଡ୍, ମାଉସ୍ପ, ରୀକ୍ଷା ହଲ୍, କବାଟ ହ୍ୟାଣ୍ଡଲ୍, ଲିଫ୍ଟ ସୁଇଚ୍, ରେଲିଂ ଇତ୍ୟାଦି ସମେତ ସମସ୍ତ ସ୍ଥାନର ବିଶୋଧୀକରଣ ହେବ ।
ସମସ୍ତ ପରୀକ୍ଷାର୍ଥୀ ବାଧ୍ୟତାମୂଳକ ଭାବରେ ୩ ପ୍ଲାଇ ମାସ୍କ, ସାନିଟାଇଜରର ଆଣିବାକୁ ପରାମର୍ଶ ।
ସମସ୍ତ ଇନଭିଜିଲେଟର୍ ଏବଂ ସଂପୃକ୍ତ କର୍ମଚାରୀଙ୍କୁ ମାସ୍କ ଏବଂ ଗ୍ଲୋଭସ୍ ଯୋଗାଇ ଦିଆଯିବ ।
ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସାବୁନରେ ଏବଂ ସାନିଟାଇଜର୍ ଦ୍ୱାରା ହାତ ସଫା କରିବାକୁ ବାଧ୍ୟ।
ପରୀକ୍ଷାର୍ଥୀ ଏବଂ କର୍ମଚାରୀଙ୍କ ବ୍ୟବହାର ପାଇଁ ପ୍ରବେଶ ସ୍ଥାନ ଏବଂ ପରୀକ୍ଷା ସ୍ଥାନ ଭିତରେ ଥିବା ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ ହେବ ।
ସାମାଜିକ ଦୂରତ୍ୱର ନିୟମ ସୁନିଶ୍ଚିତ କରିବା ପାଇଁ ସମଗ୍ର ପରୀକ୍ଷା ପ୍ରକ୍ରିୟା ଯୋଗାଯୋଗ ବିହିନ ହେବ ।
ଥର୍ମୋଗନ୍ ବ୍ୟବହାର କରି ପ୍ରବେଶ ପଏଣ୍ଟରେ ପରୀକ୍ଷାର୍ଥୀଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ ।
ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ଥିବା ବାରକୋଡ୍ କର୍ମଚାରୀଙ୍କ ଦ୍ୱାରା କାର୍ଡକୁ ସ୍ପର୍ଶ ନ କରି ବାରକୋଡ୍ ରିଡର୍ ବ୍ୟବହାର କରି ଯାଞ୍ଚ କରାଯିବ।
ପରୀକ୍ଷା ଆରମ୍ଭ ପୂର୍ବରୁ, ପାଞ୍ଚଟି ଖାଲି ସିଟ୍ କାଗଜପତ୍ର ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଡେସ୍କରେ ରଖାଯିବ ।
ସାମାଜିକ ଦୂରତ୍ୱର ନିୟମକୁ ବଜାୟ ରଖିବା ସହିତ ପରୀକ୍ଷା କେନ୍ଦ୍ରକୁ ଏବଂ ବାହାରକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ କର୍ମଚାରୀମାନେ ଉପଯୁକ୍ତ ସ୍ଥାନରେ ନିୟୋଜିତ ହେବେ ବୋଲି ଜଣାଯାଇଛି ।

Leave A Reply

Your email address will not be published.