You are currently viewing ଡାକମଣ୍ଡଳ ପକ୍ଷରୁ କୋଭିଡ଼-୧୯ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଡାକ ମୋହର ଉନ୍ମୋଚିତ

ଡାକମଣ୍ଡଳ ପକ୍ଷରୁ କୋଭିଡ଼-୧୯ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଡାକ ମୋହର ଉନ୍ମୋଚିତ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ, ଢେଙ୍କାନାଳ ମୁଖ୍ୟ ଡାକଘର ପରିସରରେ ଢେଙ୍କାନାଳ ଡାକ ମଣ୍ଡଳ ପକ୍ଷରୁ କୋଭିଡ଼-୧୯ ସମ୍ପର୍କିତ ଏକ ସ୍ୱତନ୍ତ୍ର କ୍ୟାନସେଲେସନ ଡାକ ମୋହର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଡାକ ମଣ୍ଡଳ ସୁପରିଟେଣ୍ଡଙ୍କ ଉପସ୍ଥିତିରେ ଉକ୍ତ ଡାକ ମୋହର ଉନ୍ମୋଚିତ ହୋଇଯାଇଛି । କୋରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିବିଶେଷଗଣଙ୍କ ପ୍ଲାସମା ଦାନ କରି କୋଭିଡ଼-୧୯ ଆକ୍ରାନ୍ତ ରୋଗୀଙ୍କର ଜୀବନ ରକ୍ଷା ଉଦ୍ଦେଶ୍ୟରେ ଏହି ବାର୍ତା ପହଂଚା ଯାଇଛି ।

ଡାକ ବିଭଗ ଓ ଜନସାଧାରଣଙ୍କ ମଧ୍ୟରେ ବାର୍ତାର ଆଦାନପ୍ରଦାନ କ୍ଷେତ୍ରରେ ଏକ ବଳିଷ୍ଠ ମାଧ୍ୟମ ସାଜିଥିବା ବେଳେ ଡାକ ବିଭାଗର ଏଭଳି କାର୍ଯ୍ୟ ଏକ ନୂଆ ସଚେତନ ସୃଷ୍ଟି କରିବା ନେଇ ଢେଙ୍କାନାଳ ଡାକ ମଣ୍ଡଳ ଅଧିକ୍ଷକ ବିପିନବିହାରୀ ମହାନ୍ତି ମତ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।