You are currently viewing ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ନିଟ୍‌ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ଓ ରବିବାର ରାଜ୍ୟରେ ୪ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଭଦ୍ରକ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ୧୨ ତାରିଖ ଅପରାହ୍‌ଣ ୪ଟାରେ ଭଦ୍ରକ ଛାଡ଼ି ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ ଏବଂ ୧୩ ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ବରୁ ବାହାରି ରାତି ୧୦ଟା ୩୦ରେ ଭଦ୍ରକରେ ପହଞ୍ଚିବ। କେନ୍ଦୁଝରଗଡ଼-ଭୁବେନଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ଅପରାହ୍‌ଣ ୪ଟାରେ କେନ୍ଦୁଝରଗଡ଼ରୁ ବାହାରି ସନ୍ଧ୍ୟା ୭ଟା ୪୫ରେ ଭୁବନେଶ୍ବରରେ ପହଞ୍ଚିବ। ୨୩ ତାରିଖ ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ବର ଛାଡ଼ି ରାତି ୧୧ଟା ୪୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ। ରାୟଗଡ଼ା-ସମ୍ବଲପୁର-ରାୟଗଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଅପରାହ୍‌ଣ ୪ଟାରେ ରାୟଗଡ଼ାରୁ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ୧୩ ତାରିଖ ରାତି ୧୧ଟାରେ ସମ୍ବଲପୁରରୁ ଛାଡ଼ି ୧୪ ତାରିଖ ଭୋର ୫ଟା ୩୦ରେ ରାୟଗଡ଼ାରେ ପହଞ୍ଚିବ। ଖରିଆର ରୋଡ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌ ଅପରାହ୍‌ଣ ୪ଟାରେ ଖରିଆରରୁ ବାହାରି ରାତି ୧୦ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ୧୩ ତାରିଖ ରାତି ୧୧ଟାରେ ଏହା ସମ୍ବଲପୁରରୁ ବାହାରି ୧୪ ତାରିଖ ଭୋର୍‌ ୪ଟା ୩୦ରେ ଖରିଆର ରୋଡ୍‌ ଷ୍ଟେସନରେ ପହଞ୍ଚିବ। ଏନେଇ ପୂର୍ବତନ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।