You are currently viewing ଆଜିଠୁ ୩ ଦିନ ଶ୍ରୀମନ୍ଦିର ପ୍ରବେଶ ମନା

ଆଜିଠୁ ୩ ଦିନ ଶ୍ରୀମନ୍ଦିର ପ୍ରବେଶ ମନା

  • Post category:ଓଡିଶା
  • Reading time:1 mins read

ପୁରୀ-୨୮.୦୮.୨୦୨୧, ଦୀର୍ଘ ଦିନର ଅପେକ୍ଷା ପରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ ପାଇଛନ୍ତି । ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ୫ଦିନ ମଧ୍ୟରେ ୫୦ହଜାରରୁ ଅଧିକ ଦର୍ଶନାର୍ଥୀ ଶ୍ରୀମନ୍ଦିର ପ୍ରବେଶ କରି ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି । କିନ୍ତୁ ସପ୍ତାହନ୍ତ ସଟଡାଉନ କାରଣରୁ ଶ୍ରୀମନ୍ଦିର ବନ୍ଦ ରହିବ ଏବଂ ତା ପରେ ସୋମବାର ଜନ୍ମାଷ୍ଟମୀ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ ।

ସବୁ ଭକ୍ତ କରିଛନ୍ତି ଅଶ୍ରୁଳ ପ୍ରାର୍ଥନା ‘ପ୍ରଭୁ ଆଉ ଆମକୁ ଅନାଥ କରନି, କୋଭିଡ୍‌କୁ ଅଟକାଅ, ଆମେ ଆପଣଙ୍କୁ ସହଜରେ ଯେପରି ଦର୍ଶନ କରିବୁ । ଦର୍ଶନ ବିରହ ଯନ୍ତ୍ରଣା ଆଉ ସହିହେଉନି ।’ କୋଲକାତାର ମୋନାଲିସା ମୁଖାର୍ଜୀଙ୍କ ଭଳି ଅଧିକାଂଶ ଭକ୍ତ ଏହି ପରି ଭକ୍ତି ନିବେଦନ କରି ଫେରୁଛନ୍ତି । ସେ କହିଛନ୍ତି ଯେ, ପ୍ରତିଦିନ ଭକ୍ତଙ୍କ ଲୁହରେ ଭିଜୁଛି ଜଗା ଆମର ।

ଶ୍ରୀମନ୍ଦିର ଭିତରେ ସହଜ ଦର୍ଶନ ପାଇଁ ଭକ୍ତ ସନ୍ତୋଷ ପ୍ରକାଶ କରୁଛନ୍ତି । ବାହାରେ କିଛି ଅବ୍ୟବସ୍ଥା ନେଇ ବିମୁଖ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ମୁଣ୍ଡ ଫଟା ଖରା । ଖରାତାତିରେ ଚଲାପଥ ଗରମରେ ଭକ୍ତ କଲବଲ ହେଉଛନ୍ତି । ଏବେ ଏହାର ପ୍ରତିକାର ପାଇଁ ଉତ୍ତର ଦ୍ୱାରଠାରୁ ଦୋଳବେଦି ଜୋତା ଷ୍ଟାଣ୍ଡ ପର୍ଯ୍ୟନ୍ତ ଧଳା ରଙ୍ଗ ବୋଳା ଯାଇ ରାସ୍ତାରେ କତା କାର୍ପେଟ ପଡିଛି । ଏହା କିଛି ମାତ୍ରାରେ ସମସ୍ୟାର ସମାଧାନ କରିଛି ।

ଗତ ଦୁଇ ଦିନରେ କେବଳ ୨୧ ହଜାର ୨୦୦ ଭକ୍ତ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି । ଭକ୍ତଙ୍କ ସଂଖ୍ୟା ସହ ଶ୍ରୀମନ୍ଦିର ହୁଣ୍ଡି ଆୟ ମଧ୍ୟ ବଢ଼ି ବଢ଼ି ଚାଲିଛି । ଅଗଷ୍ଟ ୨୬ ଓ ୨୭ ତାରିଖରେ କେବଳ ଶ୍ରୀମନ୍ଦିର ହୁଣ୍ଡିରେ ୬ ଲକ୍ଷ ଟଙ୍କାର ଦାନ ପଡିଛି । ତା ବ୍ୟତିତ ଦୁଇ ଦିନରେ ଦଶ ଗ୍ରାମ ୫୯୦ ମିଲିଗ୍ରାମ ସୁନା ଦାନ,୨୬ ଗ୍ରାମ ୬୦୦ ମିଗ୍ରା ରୁପା ହୁଣ୍ଡିରେ ପଡିଛି । ପରିସ୍ଥିତି ଅନୁକୂଳ ରହିଲେ ଏହି ପରିମାଣ ଆହୁରି ବଢ଼ିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ବ୍ୟକ୍ତ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।