ଭୁବନେଶ୍ୱର, ବିଧାନସଭା ମୌସୁମୀ ଅଧିବେଶନ ପାଇଁ ଆଜିଠାରୁ ଆରମ୍ଭ ହୋଇଯାଇଛି କରୋନା ଟେଷ୍ଟ। ପ୍ରାୟ ୩ଦିନ ଧରି ଏହି ଟେଷ୍ଟ ବ୍ୟବସ୍ଥା ଜାରି ରହିବ। ବିଧାନସଭାର ସମସ୍ତ କର୍ମଚାରୀଙ୍କ ଏହି ଟେଷ୍ଟ କରାଯିବ। ନେଗେଟିଭ ଆସିଥିବା ବ୍ୟକ୍ତି ହିଁ ବିଧାନସଭା ଭିତରକୁ ଯାଇପାରିବେ। ସୂଚନାଯୋଗ୍ୟ ଯେ, ଆସନ୍ତା ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ।