You are currently viewing ମାଲକାନଗିରିରେ ଆରମ୍ଭ ପ୍ଲାଜମା ଥେରାପି

ମାଲକାନଗିରିରେ ଆରମ୍ଭ ପ୍ଲାଜମା ଥେରାପି

  • Post category:ଓଡିଶା
  • Reading time:1 mins read

ମାଲକାନଗିରି, ମାଲକାନଗିରିରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ୩ଗୁରୁତର ରୋଗୀଙ୍କୁ ଦିଆଗଲା ପ୍ଲାଜମା । କୋରାପୁଟ ମେଡିକାଲ କଲେଜରୁ ଅଣାଯାଇ ଦିଆଗଲା ପ୍ଲାଜମା । ସୂଚନାଯୋଗ୍ୟ ଯେ, କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଭଲ କରିବା ନିମନ୍ତେ ଟୀକା ବାହାରିନାହିଁ । ତେଣୁ ପ୍ଲାଜମା ଥେରାପୀ ଦ୍ୱାରା ଏହାର ଚିକିତ୍ସା କରାଯାଉଛି ।

ଏହି ଥେରାପୀ ଦ୍ୱାରା ଶୀଘ୍ର ରୋଗରୁ ମୁକ୍ତି ମିଳୁଥିବାରୁ ସରକାର ଏହା ଉପରେ ବେଶି ଫୋକସ କରୁଛନ୍ତି । ତେଣୁ ରାଜ୍ୟର ଅନେକ ସ୍ଥାନରେ ପ୍ଲାଜମା ଥେରାପୀର ବ୍ୟବସ୍ଥା କରାଯାଉଛି । ଯେଉଁମାନେ କରୋନାକୁ ହରାଇ ଫେରିଛନ୍ତି, ସେମାନଙ୍କୁ ପ୍ଲାଜମା ଦେବା ନିମନ୍ତେ ଉତ୍ସାହ ମଧ୍ୟ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।