ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ଜାରି

ଭୁବନେଶ୍ୱର, ଚଳିତ ବର୍ଷ କୋଭିଡ କଟକଣା ଯୋଗୁ ଜନସାଧାରଣଙ୍କୁ ପରେଡ୍‌ସ୍ଥଳକୁ ଯିବା ପାଇଁ ବାରଣ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରେଡ ଅଭିବାଦନ ଗ୍ରହଣ କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପରେଡସ୍ଥଳ ଚାରିପଟ ଓ ଆଖପାଖ ଅଞ୍ଚଳ ସିସିଟିଭି ନିୟନ୍ତ୍ରଣରେ ରହିବ। ପରେଡ ସ୍ଥଳ ଗାନ୍ଧୀମାର୍ଗରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ସିଟିଏସ୍‌, ଏସଟିୟୁ, ସ୍ବତନ୍ତ୍ର ତାଲିମପ୍ରାପ୍ତ ଏସ୍‌ଓଜି ଯବାନ, ସାଦା ପୋଷାକଧାରୀ ପୋଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ୍ ସିକ୍ୟୁରିଟି, ସାର୍ପ ଶୁଟର୍ ମୁତୟନ ରହିବେ।

Leave A Reply

Your email address will not be published.