dam

ଭୋଜି କରିବାକୁ ଯାଇ ଡ୍ୟାମରେ ବୁଡି ଛାତ୍ର ନିଖୋଜ

  • Post category:ଓଡିଶା
  • Reading time:1 mins read

ଏଏନଏସ: ରାୟଗଡ଼ା ସଦର ବ୍ଲକ ସିଲଟିଗୁଡା ଡ୍ୟାମରେ ବୁଡି ଛାତ୍ର ନିଖୋଜ । ସୂଚନା ଅନୁଯାୟୀ ରାୟଗଡ଼ା ସାଇପ୍ରିୟା ନଗରର ୧୯ ବର୍ଷିୟ ଚୈତନ୍ୟ କୁମାର ନିଖୋଜ ଥିବା ଜଣାପଡ଼ିଛି । ଖବର ଅନୁଯାୟୀ ସେ ତାଙ୍କ ସାଙ୍ଗଙ୍କ ସହ ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ । ଅନ୍ୟ ସାଙ୍ଗମାନେ କ୍ରିକେଟ ଖେଳୁଥିବା ବେଳେ ସେ ଡ୍ୟାମରେ ପହଁରୁଥିଲେ । କିଛି ସମୟ ପରେ ଚୈତନ୍ୟଙ୍କୁ ନପାଇବାରୁ ସାଙ୍ଗମାନେ ଡ୍ୟାମରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଅନ୍ୟପଟେ ଆଜି ସକାଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିି ଖୋଜାଖୋଜି ଆରମ୍ଭ କରିଛି । ସ୍ଥାନୀୟ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।