You are currently viewing

  • Post category:ଓଡିଶା
  • Reading time:1 mins read

୧. ଆନ୍ଧ୍ରମୁହାଁ ବାତ୍ୟା ଅସାନୀ । ବାତ୍ୟା ଅସାନୀ କ୍ରମଶଃ ଦୁର୍ବଳ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।
୨.ରାଜଧାନୀରେ ପୁଣି ମାତିଲେ ଲୁଟେରା । ସାଢେ୩ଲକ୍ଷ ଟଙ୍କା ସହ କ୍ୟାମେରା ହାର୍ଡ ଡିସ୍କ ଉଠାଇ ନେଲେ ।
୩. ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ। ପ୍ରାର୍ଥୀପତ୍ର ଦାଖଲ କଲେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ
୪. ଆଜି ସକାଳୁ ବେଗୁନିଆ ଛକ ଛକ ନିକଟରେ ବିଦ୍ୟୁତ ଖୁଣ୍ଟରେ ଚଢି ସଜାଡିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।
୫. ବାତ୍ୟା ଅସାନୀ ପାଇଁ ଭୁବନେଶ୍ୱର ତଳିଆ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ମେୟର ସୁଲୋଚନା ଦାଶ ।
୬. ବରଯାତ୍ରୀଙ୍କୁ ନେଇ କୋରାପୁଟରୁ ଜୟପୁର ଅଭିମୁଖେ ଯାତ୍ରୀବାହୀ ବସ୍ ଆସୁଥିବାବେଳେ ଦେଓମାଳି ନିକଟରେ ମୁହାଁମୁହିଁ ଧକ୍କା ହୋଇ ଓଲଟି ପଡିଲା ।
୭. ଲଗାତର ରାଜଧାନୀରେ ୩ଟି ଲୁଟ । କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ।
୮.ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କୋଟାବୋମାଲି ମୁଣ୍ଡର ଏମ୍ ସୁନାପୁର ଗ୍ରାମର ସମୁଦ୍ର କୂଳରେ ଲାଗିଛି ଏକ ରଥ ।
୯. ବାତ୍ୟା ପ୍ରଭାବରେ ମାଲକାନଗିରିର ସମସ୍ତ ସ୍କୁଲ ବନ୍ଦ ।
୧୦. ସମ୍ବଲପୁର ଜିଲ୍ଲାର ଏକ କଲ୍ୟାଣ ମଣ୍ଡପରେ ବିବାହ ଭୋଜିରେ କୌଣସି କଥାକୁ ନେଇ ବଚସା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଜଣଙ୍କୁ ହତ୍ୟା ।

ଅନ୍ୟମାନଙ୍କୁ ଜଣାନ୍ତୁ।