କୋଣାର୍କ, ଆଜିଠାରୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିଲା ସୂର୍ଯ୍ୟମନ୍ଦିର । ଦୀର୍ଘ ୫ ମାସ ବନ୍ଦ ରହିବାପରେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଆଜି ଖୋଲିଛି ମନ୍ଦିର । ସରକାରଙ୍କର ସମସ୍ତ କୋଭିଡ଼ କଟକଣାକୁ ମାନିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ମନ୍ଦିର ଭିତରେ ଦିନକୁ ସମୁଦାୟ ଅଢ଼େଇହାଜର ବ୍ୟକ୍ତି ପ୍ରବେଶ କରିବାପାରିବେ । ସମସ୍ତଙ୍କର ସ୍କ୍ରିନିଂ କରାଯାଇ ମନ୍ଦିର ଭିତରକୁ ଛଡ଼ାଯିବ । କୋଭିଡ଼ କଟକଣା ଦୃଷ୍ଟିରୁ ଟିକେଟରେ ବାର କୋଡ଼ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟ ।