You are currently viewing ମଳୟ ବିହାରରେ ପାଳନ କରାଗଲା ସ୍ୱଚ୍ଛ ଭାରତ ଅଭିଯାନ

ମଳୟ ବିହାରରେ ପାଳନ କରାଗଲା ସ୍ୱଚ୍ଛ ଭାରତ ଅଭିଯାନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ମଳୟ ବିହାର ମହିଳା କ୍ଳବ ତରଫରୁ ରସୁଲଗଡର ମଳୟ ବିହାରଠାରେ ସ୍ୱଚ୍ଛ ଭାରତ ଅଭିଯାନ ପାଳନ କରାଯାଇଛି । ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିବା ସଦସ୍ୟ ମାନଙ୍କୁ ମହିଳା କ୍ଳବ ତରଫରୁ ବିଭିନ୍ନ ପ୍ରକାର ଆୟୁର୍ବେଦିକ ପାନୀୟ ବଣ୍ଟନ କରାଯାଇଥିଲା ।

କୋଭିଡ ସମୟରେ ପରିମଳ କାର୍ଯ୍ୟରେ ନିୟୋଜିତ ଥିବା କୋଭିଡ ଯୋଦ୍ଧାମାନଙ୍କୁ ମହିଳା କ୍ଳବ ତରଫରୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଭୂୟୀୟସୀ ପ୍ରଶଂସା କରିଥିଲେ ଉପସ୍ଥିତ ଅତିଥି ବୃନ୍ଦ । ମହିଳା କ୍ଳବର କର୍ମକର୍ତ୍ତା ଶ୍ରୀମତି ସନ୍ଧ୍ୟା ମହାନ୍ତି ଓ ପୂର୍ବତନ କର୍ପୋରେଟର ଜ୍ୟୋସ୍ନା ରାଉତରାୟ, ପ୍ରତାପ ରାଉତରାୟ ଆଦି ଏହି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ବିଏମସିର ଅଧିକାରୀ ସୁଧାକର ଆଚାର୍ଯ୍ୟଙ୍କୁ ଉପଢୌ଼କନ ଓ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ ମଳୟ ବିହାର ମହିଳା କ୍ଳବର କର୍ମକର୍ତ୍ତା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଭୁବନେଶ୍ୱରସ୍ଥ ପ୍ଲାନେଟ ସର୍ଭିସେସର ବାଣିଜ୍ୟିକ ଅଧିକାରୀ ସରୋଜ କୁମାର ରାଉତ ।

ଅନ୍ୟମାନଙ୍କୁ ଜଣାନ୍ତୁ।