You are currently viewing ତାରା ପ୍ରସାଦ ବାହିନୀପତି ଦେଇଛନ୍ତି ଆତ୍ମହତ୍ୟା ଧମକ

ତାରା ପ୍ରସାଦ ବାହିନୀପତି ଦେଇଛନ୍ତି ଆତ୍ମହତ୍ୟା ଧମକ

ଭୁବନେଶ୍ୱର, ଆତ୍ମହତା ଧମକ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ସ୍କୁଲ ବନ୍ଦ ନିଷ୍ପତ୍ତିକୁ ରାଜ୍ୟସରକାର ପରିବର୍ତ୍ତନ ନକଲେ ବାଚସ୍ପତିଙ୍କ ସମ୍ମୁଖରେ ଗଳାକାଟି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ତାରା କହିଛନ୍ତି, ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ ପଡ଼ିଛି। ପିଲାଙ୍କର ଶିକ୍ଷାଲାଭ କରିବା ଅଧିକାର ଅଛି। ଯଦି ସ୍କୁଲ ଶୀଘ୍ର ନ ଖୋଲାଯାଏ ବା ଏହି ନିଷ୍ପତ୍ତି ନ ବଦଳା ଯାଏ, ତା’ହେଲେ ସେ ବାଚସ୍ପତିଙ୍କ ଆଗରେ ଗଳାକାଟିବେ ବୋଲି କହିଛନ୍ତି ତାରା ।

ଅନ୍ୟମାନଙ୍କୁ ଜଣାନ୍ତୁ।