ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତା ସହିତ ରାଜ୍ୟର ସମସ୍ତ ଡାକ୍ତରଖାନରେ ମଧ୍ୟ କରୋନା ଯୋଦ୍ଧାମାନେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି । ଏହିସବୁ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟରେ ଡାକ୍ତରଖାନା ନଆସି ଟେଲି ମେଡ଼ିସିନ ସେବା ଜରୀଆରେ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଭିଡ଼ିଓକନଫରେନ୍ସିଂ ଜରୀଆରେ ଏକ ବୈଠକ କରି ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଅଧିକାରୀମାନଙ୍କୁ ଏହି ସେବା ଯୋଗାଇବା ନିମେନ୍ତ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୨୦ତାରିଖରୁ ଏହି ସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୧ଟି ସ୍ଥାନରେ ଏହି ସେବା ଉପଲବ୍ଧ ହେବ । ରୋଗୀମାନେ ନିଜ ଘରେ ରହି ଡାକ୍ତରଙ୍କ ସହିତ କଥାହେବେ ଓ ଉଚିତ ମେଡ଼ିସିନ ନିକଟସ୍ଥ ଦୋକାନରୁ ଆଣିବେ ।