You are currently viewing ଖୁବଶୀଘ୍ର ହେବ ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଖୁବଶୀଘ୍ର ହେବ ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏନଏସ)୨୪/୦୧ : ଖୁବଶୀଘ୍ର ହେବ ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା । କୋଭିଡ୍ ପାଇଁ ରାଜ୍ୟରେ ସମସ୍ତ ସ୍କୁଲରେ ବନ୍ଦ ରହିବା ସହ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ଏଭଳି ସ୍ଥିତିରେ ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ଉପର ତଳ ହେଉଛି । ପିଲାମାନଙ୍କର ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ପରୀକ୍ଷା କରାଇବାକୁ ସରକାର ଚାହୁଁଛନ୍ତି । ମାତ୍ର କୋଭିଡ୍ ପାଇଁ ହୁଏତ କିଛି ବିକଳ୍ପ ପନ୍ଥା ଗ୍ରହଣ କରାଯାଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ମାଟ୍ରିକ ଫାଷ୍ଟ ସମେଟିଭ୍ ପରୀକ୍ଷା ସରିଛି । ଫଳାଫଳ ଠିକ୍ ସମୟରେ ବାହାରିବ। ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇବର୍ଷ ହେଲା କୋଭିଡ୍ କାରଣରୁ ସ୍କୁଲ ବନ୍ଦ ରହିଛି । ମଝିରେ କୋଭିଡ ସଂକ୍ରମଣ କମିବା ପରେ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ପରେ ପୁଣି କୋଭିଡ୍ର ଉପରମୁହାଁ ସବୁକିଛି ବିଗାଡ଼ି ଦେଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।