ଭୟାବହ ଅଗ୍ନିକାଣ୍ଡ: ୩ ବଖରା ଘର ଭସ୍ମୀଭୂତ

ଭଦ୍ରକ, ଭଦ୍ରକ ସହରରେ ଘଟିଛି ଏକ ଅଘଟଣ । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଉକ୍ତ ଘରେ ଥିବା ସମସ୍ତ ଆସବାବ ପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ପୀଡ଼ିତ ପରିବାର ଲୋକ ସୂଚନା ଦେଇଛନ୍ତି । ତେବେ ପରିବାର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ୩ବଖରା ଘର ଓ ସମସ୍ତ ଜିନିଷ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା ।

Leave A Reply

Your email address will not be published.