You are currently viewing ଥିଙ୍କର୍ସ କ୍ଲବ୍ ର ୭ମ ୱେବିନାର, ଗୋପବନ୍ଧୁଙ୍କ ସ୍ମୃତିରେ ଟ୍ଵିନ ସିଟିରେ ଖୋଲିପାରେ ସଂଗ୍ରହାଳୟ

ଥିଙ୍କର୍ସ କ୍ଲବ୍ ର ୭ମ ୱେବିନାର, ଗୋପବନ୍ଧୁଙ୍କ ସ୍ମୃତିରେ ଟ୍ଵିନ ସିଟିରେ ଖୋଲିପାରେ ସଂଗ୍ରହାଳୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର ତା ୦୯/୦୮ – ଉତ୍କଳ ମଣି ଗୋପବନ୍ଧୁଙ୍କ ଅଲିଭା ସ୍ମୃତିକୁ ସମାଜରେ ପ୍ରେରଣାଦାୟୀ କରିବା ପାଇଁ କଟକ ଭୁବନେଶ୍ୱର ଟ୍ଵିନ ସିଟିରେ ଏକ ସଂଗ୍ରହାଳୟ ଖୋଲିବା ସମ୍ପର୍କରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଗୋପବନ୍ଧୁଙ୍କ ସାହିତ୍ୟ, ସମାଜସେବା , ସାମ୍ବାଦିକତା, ଆଧ୍ୟାତ୍ମିକତା ଚିନ୍ତନ ସମ୍ପର୍କରେ ଆଲୋଚନା କରାଯିବା ପାଇଁ ଶ୍ରୀ ଦାସ ପ୍ରକାଶ କରିଥିଲେ। ପୂର୍ବତନ କୁଳପତି ତଥା କିଟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ଧର୍ମ ବିଦ୍ୟା ଅଧ୍ୟୟନ କେନ୍ଦ୍ରର ଅଧକ୍ଷ ଡ଼ ହରେକୃଷ୍ଣ ଶତପଥୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ ମୁଖ୍ୟବକ୍ତା ଓ ଅତିଥି ବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଥିଙ୍କର୍ସ କ୍ଲବ ସଭାପତି ବରଦା ପ୍ରସନ୍ନ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।