ଆରମ୍ଭ ହେଲା ବୋଟ ଆମ୍ବୁଲାନସ ସେବା


କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ ଆରମ୍ଭ ହେଲା ବୋଟ ଆମ୍ବୁଲାନସ ସେବା । ଗାଁରୁ ଡାକ୍ତରଖାନା ପର୍ଯ୍ୟନ୍ତ ଯାତାୟତର କୌଣସି ସୁବିଧା ନଥିବାରୁ ଶହ ଶହ ଲୋକ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦେଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୋଟ ଆମ୍ବୁଲାନସର ଉଦ୍ଘାଟନ କରିଛନ୍ତି । ଥୁଆମୂଳରାମପୁର ବ୍ଲକର ପୋଡାପଦର ଓ ମାଲିଗାଁ ପଞ୍ଚାୟତର ୨୫ଖଣ୍ଡ ଗାଁର ଲୋକେ ଏହି ଆମ୍ବୁଲାନସ ସେବା ଯୋଗୁଁ ଉପକୃତ ହୋଇପାରିବେ । ସୂଚନା ଯେ, ଏହି ବୋଟ ଆମ୍ବୁଲାନସରେ ଚାରି ଜଣ କର୍ମଚାରୀ ନିୟୋଜିତ ରହିବେ ।

Leave A Reply

Your email address will not be published.