ଭୁବନେଶ୍ବର, ବିଧାନସଭା ଆଗରେ କିରୋସିନ ଢାଳି ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମାହୁତି ଉଦ୍ୟମ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ମୁଖ୍ୟ ଫାଟକ ଆଗରେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଆତ୍ମାହୁତି ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିଛି ଏବଂ କିରୋସିନ ଓ ଦିଆସିଲ ଜବତ କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତି ନୟାଗଡ଼ର ବୋଲି ଜଣାପଡିଛି । ତେବେ ଦୁହେଁ ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦମ୍ପତିଙ୍କ କହିବା ମୁତାବକ, ତାଙ୍କ ଝିଅ ପରିକୁ ମାରିଦିଆଯାଇଛି । କିଡନୀ, ଆଖି ବିକି ଦେଇଛନ୍ତି ହତ୍ୟାକାରୀ । ହେଲେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦମ୍ପତି କହିଛନ୍ତି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା