You are currently viewing ଜଳିଗଲା ଡଙ୍ଗନାଥ ମନ୍ଦିର

ଜଳିଗଲା ଡଙ୍ଗନାଥ ମନ୍ଦିର

  • Post category:ଓଡିଶା
  • Reading time:1 mins read

ନୟାଗଡ- ଓଡଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଡଙ୍ଗନାଥ ମନ୍ଦିରରେ ଅଗ୍ନିକାଣ୍ଡ ଘଟି ଏକ ବଡ ଧରଣର ଅଘଟଣ ଘଟିଛି । ମନ୍ଦିରର ହର୍ତ୍ତାକର୍ତ୍ତା ‘ଡଙ୍ଗନାଥ’ ମଧ୍ୟ ଏହି ନିଆଁରୁ ବଞ୍ଚି ନାହାନ୍ତି । ଆଜି ସକାଳ ୬ଟା ସମୟରେ ଏଭଳି ଘଟଣା ଘଟିଥିବା ଜଣାଯାଇଛି । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସମାଜରେ ହେଉଥିବା ଅନ୍ୟାୟକୁ ‘ଡଙ୍ଗନାଥ’ ଠାକୁର ସହ୍ୟ କରିନ ପାରି ନିଜ ଦେହରେ ନିଜେ ନିଆଁ ଲଗାଇଲେ ବୋଲି ସେହି ଅଞ୍ଚଳରେ ଆଲୋଚନା ଚାଲିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।