ଭୁବନେଶ୍ୱର, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ଆଗରେ ଦରମା ଦାବିରେ ନର୍ସିଂ ଷ୍ଟାଫ୍ମାନେ ଧାରଣା ଦେଇଛନ୍ତି । କରୋନା ଭଳି ଜରୁରୀ ପରିସ୍ଥିତିରେ ସମସ୍ତେ ନିଷ୍ଠାର ସହ କାମ କରୁଥିବା ବେଳେ ସେମାନଙ୍କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ଦରମା ଦେଉନଥିବା ଅଭିଯୋଗ ହୋଇଛି । କାମ କଲେ କର ନ ହେଲେ ବାହାରିଯାଓ ବୋଲି ମ୍ୟାନେଜ୍ମେଣ୍ଟ ଧମକ ଦେଉଛି । ସେପ୍ଟେମ୍ବର ୧୪ରୁ ଡିସେମ୍ବର ୧୪ ଯାଏ ୬୦ ଜଣ ନର୍ସିଂ ଷ୍ଟାଫ୍ଙ୍କୁ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଆଜି ପର୍ଯ୍ୟନ୍ତ ତାଙ୍କୁ ୧୫ ଦିନର ଦରମା ଦିଆଯାଇଛି । ବାକି ଦରମା ମିଳିନାହିଁ । ତେବେ ଦରମା ନ ମିଳିବା ଯାଏ ଧାରଣା ପ୍ରତ୍ୟାହୃତ ହେବ ନାହିଁ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ