କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ଆଇନକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଲିଙ୍ଗରାଜ ମନ୍ଦିର ଆଇନ୍‌କୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ। ଏଣିକି ସ୍ୱତନ୍ତ୍ର ଆଇନ ବ୍ୟବସ୍ଥାରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର।ସୂଚନାଥାଉ କି କିଛିଦିନ ତଳେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ‌ ଆଣିବା ପାଇଁ ପ୍ରତିଶୃତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେପଟେ ଯାଜପୁରରେ ମେଡିକାଲ କଲେଜ ନିର୍ମାଣ ପାଇଁ ବି ମିଳିଲା କ୍ୟାବିନେଟ ମଞ୍ଜୁରୀ | ୧୦୦ ସିଟ୍ ମେଡିକାଲ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ, ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୪୨୬ କୋଟି ୫୧ ଲକ୍ଷ | ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ, ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ ମିଳିଲା କ୍ୟାବିନେଟ ମଞ୍ଜୁରୀ |

Leave A Reply

Your email address will not be published.