You are currently viewing ଉତ୍ତ୍ୟକ୍ତ ଲୋକ ଜାଳି ଦେଲେ ଟ୍ରକ

ଉତ୍ତ୍ୟକ୍ତ ଲୋକ ଜାଳି ଦେଲେ ଟ୍ରକ

  • Post category:ଓଡିଶା
  • Reading time:1 mins read

କୋଣାର୍କ (୨୨.୯.୨୨): ଏକ ଟ୍ରକ ସାଇକେଲରେ ଯାଉଥିବା ଜଣେ ଯୁବକଙ୍କୁ ପିଟିଥିଲା । ଏହା ପରେ ଏହି ଘଟଣାରେ ଯୁବକଙ୍କ ମୃତ୍ୟୁ ହେବା ପରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ଟ୍ରକକୁ ଜାଳି ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା-ପିପିଲି ରାସ୍ତା ଜଇନାବାଦରେ । ମୃତକ ଜଣକ ଖେରାତ ଅଞ୍ଚଳର ପ୍ରଦୀପ ପ୍ରଧାନ । ପ୍ରଦୀପ ଆଜି ସକାଳେ ସାଇକେଲରେ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ପ୍ରବଳ ଉତ୍ତେଜନା । ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ଟ୍ରକ୍ରୁ ନିଆଁ ଲିଭାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଘଟଣାସ୍ଥଳରେ ପୁଲିସ୍ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।