ଜଳିଗଲା ତହସିଲ ଅଫିସ

ସମ୍ବଲପୁର, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ ଘଟି ସମସ୍ତ କାଗଜପତ୍ର ଓ ଆସବାବପତ୍ର ପୋଡ଼ି ଯାଇଥିବା ଜଣାଯାଇଛି। ନିଆଁ ଲଗାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତହସିଲ କାର୍ଯ୍ୟାଳୟରେ ନିଆଁ ଲାଗିବା ଫଳରେ କେତେକ ଆସବାବପତ୍ର ପୋଡ଼ିଯାଇଥିବାର ଖବର ମିଳିଛି। କିନ୍ତୁ ଏଥିରେ କାହାରି ପ୍ରାଣହାନି ବା କେହି ଆହତ ହୋଇଥିବାର ସୂଚନା ନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।

Leave A Reply

Your email address will not be published.