ନଦୀକୁ ଡେଇଁଲେ ମହିଳା

ଯାଜପୁର (୨୪.୩.୨୩) : ଯାଜପୁର ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ସାହାପୁରବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଜଣେ ସ୍ଥାନୀୟ ଜଣେ ଆଦିବାସୀ ମହିଳା ନିଖୋଜ ହୋଇଥିବା ଜଣାପଡିଛି । ଶୌଚ ହେବାକୁ ଆସି ଏମିତି କରିଛନ୍ତି ମହିଳା ଜଣଙ୍କ । ତେବେ କଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଏବେବି ଜଣାପଡିନି ।ସୁଚନା ମୁତାବକ ମସୁଦପୁର ଅଞ୍ଚଳର ଆଦିବାସୀ ମହିଳା କୁନି ମୁଣ୍ଡା ଖରସ୍ରୋତା ନଦୀକୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଶୌଚ ହେବାକୁ ଆସି ଗଭୀର ସ୍ରୋତରେ ଭାସି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପାଣିକୋଇଲି ପୁଲିସକୁ ଖବର ଦେଇଥିଲେ। ପାଣିକୋଇଲି ପୋଲିସ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଗତକାଲି ରାତିରେ ଖୋଜାଖୋଜି କରୁଥିବା ବେଳେ ନିଖୋଜ ମହିଳାଙ୍କର କୌଣସି ସନ୍ଧାନ ନଥିଲା। ହେଲେ ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ଶୌଚ ହେବାକୁ ଯିବାବେଳେ ବ୍ରିଜରୁ ପାଖାପାଖି ଏକ କିଲୋମିଟର ଦୂରରେ ମହିଳାଙ୍କ ଶବ ଭାସୁଥିବା ଦେଖି ମୃତଦେହକୁ ଉଦ୍ଧାର କରିଛନ୍ତି । ପାଣିକୋଇଲି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.