ଦିଲ୍ଲୀ ୨୫/୦୫, କରୋନା ମହାମାରୀର ଭୟାବହତା ମନରୁ କମିନଥିବା ବେଳେ ପୁଣି ଚିନ୍ତା ବଢାଇଛି ଡବ୍ଲ୍ୟୁଏଚଓର ଚେତାବନୀ । କରୋନା ଭୂତାଣୁ ପରେ ପରବର୍ତ୍ତୀ ମହାମାରୀକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରସ ଆଦନମ୍ କହିଛନ୍ତି ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡିବ । କାରଣ କରୋନା ମହାମାରୀ ତୁଳନାରେ ଏହା ଅଧିକ ଘାତକ ହୋଇପାରେ ।ସେ କହିଛନ୍ତି କରୋନା ଏବେ ଆଉ ବିଶ୍ୱ ମହାମାରୀ ହୋଇ ରହିନାହିଁ । ମାତ୍ର ଏହାର ଅର୍ଥ ନୁହେଁ କରୋନା ବିପଦ ସମ୍ପୂର୍ଣ୍ଣ ଭାବେ ଟଳିଯାଇଛି । କୋଭିଡ-୧୯ର ନୂଆ ଭାରିଆଣ୍ଟ ଯେକୌଣସି ମୂହୁର୍ତ୍ତରେ ମଧ୍ୟ ଆସିପାରେ । ଏପରିକି କିଛି ନୂଆ ଭୂତାଣୁ ଆସିପାରେ ଯାହା କରୋନା ତୁଳନାରେ ଅଧିକ ମାରାତ୍ମକ ହୋଇପାରେ । ତେଣୁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । କାରଣ କରୋନା ଆସିବା ବେଳେ ଏହାର ମୁକାବିଲା ପାଇଁ କେହି ପ୍ରସ୍ତୁତ ନଥିଲେ, ଯେଉଁଥିପାଇଁ ଅନେକ ଲୋକ ପ୍ରାଣ ହରାଇଲେ । କରୋନା ଯୋଗୁଁ ପ୍ରାୟ ୭୦ ଲକ୍ଷ ଲୋକ ପ୍ରାଣ ହରାଇଥିବା ରେକର୍ଡ ରହିଥିବା ବେଳେ ବାସ୍ତବରେ ୨ କୋଟିରୁ ଅଧିକ ଲୋକ ଜୀବନ ହରାଇଥାଇପାରନ୍ତି । ତେଣୁ ଆଉ ଏକ ମହାମାରୀ ଆସିବାକୁୁ ଥିବା ବେଳେ ଏହାର ମୁକାବିଲା ପାଇଁ ସତର୍କ ଆଉ ସଜାଗ ରହିବା ସହ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ