You are currently viewing ଦକ୍ଷେଶ୍ୱର ମନ୍ଦିରରୁ ଚୋରି, ପୋଲିସ ହାତ ଖାଲି

ଦକ୍ଷେଶ୍ୱର ମନ୍ଦିରରୁ ଚୋରି, ପୋଲିସ ହାତ ଖାଲି

ଟାଙ୍ଗୀ, ଖୋର୍ଦ୍ଧା (ସନ୍ତୋଷ ଚୌଧୁରୀ): ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ଏକ ବଡ ଧରଣର ଚୋରି ହୋଇଛି । ୨୨ଟି ମୂର୍ତ୍ତି ସହ ପୂଜା ସାମଗ୍ରୀକୁ ଚୋରି କରିଛନ୍ତି କିଛି ଚୋର । ୮ ଦିନ ବିତିଗଲେ ସୁଦ୍ଧା ପୋଲିସ ଏଜାବତ୍ ଚୋରି ଜିନିଷ କିମ୍ବା ଚୋରର ସନ୍ଧାନ ପାଇନାହିଁ ।

ଏହାର ପ୍ରତିବାଦରେ ଚିଲିକା –ବାଲୁଗାଁ -ବାଣପୁର ପ୍ରେସକ୍ଳବ ପକ୍ଷରୁ ଏକ ପଦଯାତ୍ରା କରାଯାଇ ବାଣପୁର ପୋଲିସ ଏବଂ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଚୋରି ହୋଇଥିବା ମୂର୍ତ୍ତି ଗୁଡିକୁ ତୁରନ୍ତ ଉଦ୍ଧାର ସହ ଚୋରକୁ ଗିରଫ କରିବାକୁ ଦାବି କରିଛନ୍ତି ପ୍ରେସ କ୍ଲବର ସଦସ୍ୟ ବୃନ୍ଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।