ରାଜ୍ୟରୁ କରୋନା ନେଲା ଆଉ ୩ ମୁଣ୍ଡ

ଭୁବନେଶ୍ୱର: ଗତ ୨୪ଘଣ୍ଟାରେ ରାଜ୍ୟରୁ କରୋନା ନେଲା ଆଉ ୩ ମୁଣ୍ଡ | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ତେବେ ଜଗତସିଂହପୁର, ପୁରୀ ଓ ନୂଆପଡ଼ା ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ଜଗତସିଂହପୁର ଜିଲ୍ଲାରେ ଜଣେ ୮୨ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ପୁରୀ ଜିଲ୍ଲାରୁ ଜଣେ ୭୮ ବର୍ଷ ବୟସ୍କା ବୃଦ୍ଧା କରୋନାରେ ଆଖି ବୁଜିଥିବା ବେଳେ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ ନୂଆପଡ଼ା ଜିଲ୍ଲାରୁ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.