You are currently viewing ବ୍ରହ୍ମପୁରରେ ବୁଲିଛି ବାଘ

ବ୍ରହ୍ମପୁରରେ ବୁଲିଛି ବାଘ

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର (୨୪.୯.୨୨) : ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସରେ ବାଘ ବୁଲୁଥିବା ଏବେ ଚର୍ଚ୍ଚା ହେଉଛି । ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା କୁହାଯାଉଛି । ଏହି ଖବର ମିଳିବା ପରେ ବନ ବିଭାଗ ପେଟ୍ରୋଲିଂ ଆରମ୍ଭ କରିଛି । ଏହା ସହିତ ଏହି ଅଞ୍ଚଳରେ ଲୋକମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଭୟଭିତ ନ ହେବାକୁ ବନ ବିଭାଗ କହିଛି । ସ୍ଥାନୀୟ ଲୋକ ଯେଉଁ ଜୀବ ଦେଖିଛନ୍ତି ତାହା ହେଟା କିମ୍ବା ଅନ୍ୟ କିଛି ହୋଇଥାଏ ବୋଲି ବନ ବିଭାଗ କହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।