You are currently viewing ରାଜଧାନୀରେ ସଂକ୍ରମଣ ରୋକିବାକୁ ସିପି କହିଲେ ଏମିତି…

ରାଜଧାନୀରେ ସଂକ୍ରମଣ ରୋକିବାକୁ ସିପି କହିଲେ ଏମିତି…

ଭୁବନେଶ୍ୱର, ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ସମସ୍ତ ବ୍ୟବସାୟୀ ସଂଘ ସହ ଆଜି କମିଶନରେଟ ପୋଲିସ ଆଲୋଚନା କରିଛନ୍ତି। ଆଲୋଚନା ପରେ ବଜାରରେ କମିଟି ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ନିୟୋଜିତ ରହିବେ ବୋଲି କୁହାଯାଇଛି । କମିଟିମାନେ ମାଇକ୍ ଲଗାଇ ଲୋକଙ୍କୁ ସଚେତନ କରିପାରିବେ । ବଜାରରେ ଗ୍ରାହକ ଭିଡ ଜମେଇଲେ ଦୋକାନୀଙ୍କୁ ୧୦୦ ନମ୍ବରକୁ ଫୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟବସାୟୀଙ୍କ ସହ ଆଲୋଚନା ପରେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।