You are currently viewing ଆଜି ୫ଟାରେ ଗଞ୍ଜାମ ଜିଲ୍ଲା ସରପଞ୍ଚମାନଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

ଆଜି ୫ଟାରେ ଗଞ୍ଜାମ ଜିଲ୍ଲା ସରପଞ୍ଚମାନଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରୀଆରେ କଥାବାର୍ତ୍ତା ହେବେ ବୋଲି ସୂଚନା ମିଳିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ମୁଖ୍ୟତଃ ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ କଥା ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଆଗ ଅପେକ୍ଷା ବର୍ତ୍ତମାନ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେଣୁ ଏ ସମସ୍ତ ଶ୍ରେୟ ସରପଞ୍ଚ, ସ୍ୱାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଏବଂ ଅନ୍ୟନ୍ୟ କୋଭିଡ୍ ଯୋଦ୍ଧାଙ୍କୁ ଦିଆଯାଇଛି । ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି । ଏହାସହିତ ଗଞ୍ଜାମ ଜିଲ୍ଲାରେ ଉତ୍ତମ ଚିକିତ୍ସା ନିମନ୍ତେ ୩ଟି କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।