ରାଜ୍ୟରେ ଆଜି ସର୍ବାଧିକ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୨୭ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦, କଟକରୁ ୧୩୬, ଭଦ୍ରକରୁ ୬୦, ସୁନ୍ଦରଗଡ଼ରୁ ୫୬, ବୌଦ୍ଧରୁ ୪୧, କୋରାପୁଟରୁ ୩୩, ମୟୁରଭଞ୍ଜରୁ ୩୨, ପୁରୀରୁ ୩୦, ବାଲେଶ୍ୱରରୁ ୨୨, କେନ୍ଦୁଝରରୁ ୨୦, କନ୍ଧମାଳରୁ ୧୭, ସମ୍ବଲପୁରରୁ ୧୩, ନୟାଗଡ଼ରୁ ୧୦, ଅନୁଗୁଳରୁ ୧୦, ମାଲକାନଗିରିରୁ ୯, କେନ୍ଦ୍ରାପଡ଼ାରୁ ୯, ବରଗଡ଼ରୁ ୮, ଝାରସୁଗୁଡ଼ାରୁ ୮,ବଲାଙ୍ଗୀରରୁ ୬, ଯାଜପୁରରୁ ୫, ସୋନପୁରରୁ ୪, ଗଜପତିରୁ ୩, ଜଗତସିଂହପୁରରୁ ୩, ନବରଙ୍ଗପୁରରୁ ୩, ଢ଼େଙ୍କାନାଳରୁ ୨, ନୂଆପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.