You are currently viewing ଆଜି ନବ ଦାସଙ୍କ ଦ୍ୱାଦଶାହ

ଆଜି ନବ ଦାସଙ୍କ ଦ୍ୱାଦଶାହ

  • Post category:ଓଡିଶା
  • Reading time:1 mins read

ଭୁୂବନେଶ୍ୱର(ଏଏନଏସ) ୦୯/୦୨,ଆଜି ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ଦ୍ୱାଦଶାହ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଗସ୍ତକରି ନବଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ । ସରବାହାଲ ହାଇସ୍କୁଲ ପଡ଼ିଆରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ନବ ଦାସଙ୍କ ପରିବାର ଲୋକଙ୍କୁ ବି ଭେଟି ସମବେଦନା ଜଣାଇବେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ା ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟାରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ସରବାହାଳ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେହିପରି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ସାଂସଦ, ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହେବେ । ବିଭିନ୍ନ ଦଳର ନେତା ବି ସାମିଲ ହୋଇ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏକାଠୀ ହେବେ ବହୁ ନବ ପ୍ରେମୀ । ନବ ଦାସଙ୍କ ପରିବାରର ଏହା ବ୍ୟକ୍ତିଗତ କାର୍ଯ୍ୟକ୍ରମ ହେଲେ ବି ଦ୍ୱାଦଶାହରେ ହଜାର ହଜାର ଲୋକଙ୍କ ଭିଡ ସମ୍ଭାବନା ରହିଛି । ତେଣୁ ସ୍ୱତନ୍ତ୍ର ଟ୍ରାଫିକ ନିୟମନ୍ତ୍ରଣ ବ୍ୟବସ୍ଥା କରିଛି ପୋଲିସ । ମୁତୟନ ରହିବେ ୨୫ ପ୍ଲାଟୁନରୁ ଅଧିକ ଫୋର୍ସ ।

ଅନ୍ୟମାନଙ୍କୁ ଜଣାନ୍ତୁ।