ତେଲକୋଇ (୭.୧୦.୨୨) : ଅସହ୍ୟ ହେଲା ଋଣ ଭାର । ଅତ୍ୟଧିକ ସୁଦ୍ଧହାର ସୁଝି ନହେବାରୁ ଶେଷରେ ଆତ୍ମ ହତ୍ୟା କରିଛନ୍ତି ଟ୍ରକ ମାଲିକ । ଏହି ଘଟଣା ଘଟିଛି କେଉଁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଛାମୁଣ୍ଡା ଗାଁର ମକୁନ୍ଦ ମହାକୁଡ । ମୁକୁନ୍ଦ ଏକ ଟ୍ରକ କିଣି ଚଲାଉଥିଲେ । କିନ୍ତୁ ମାସେ ହେବ ମାଇନ୍ସ ଚାଲୁ ନଥିବାରୁ ତାଙ୍କ ଟ୍ରକ ବନ୍ଦ ହୋଇ ପଡିଥିଲା । ଯାହା ଫଳରେ କୌଣସି ରୋଜଗାର ହୋଇପାରୁ ନଥିଲା । ଯାହା ଫଳରେ ମକୁନ୍ଦ ମାନସିକ ଚାପରେ ରହୁଥିଲେ । ସେ ଟ୍ରକକୁ ଋଣରେ ଆଣି କିଣିଥିଲେ । ତେବେ ସଂସ୍ଥା ତାଙ୍କୁ ବାରମ୍ବାର କିସ୍ତି ମାଗୁଥିଲେ । ଏହା ପରେ ସେ ନିଜର ଜାଗା ବାଡି ବିକି କିଛି ଋଣ ସୁଝି ଥିଲେ । କିନ୍ତୁ ସଂସ୍ଥା ପୁଣି ତାଙ୍କୁ ତାଗିଦ କରିଥିଲା । ଯାହା ଫଳରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରାମହୁମାଛି ଆକ୍ରମରରେ ବୃଦ୍ଧ ଗୁରୁତର