You are currently viewing ସେପ୍ଟେମ୍ବରରେ ହେବ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା: ସୁପ୍ରିମକୋର୍ଟ

ସେପ୍ଟେମ୍ବରରେ ହେବ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଚଳିତ ବର୍ଷ ଅନେକ ବାଧା ଉପୁଜିଲାଣି । ତେବେ ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଏକ ରାୟ ଶୁଣାଇଛନ୍ତି । ୟୁଜି ଓ ପିଜିର ଶେଷ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ସୁପ୍ରିକୋର୍ଟ । ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷା ହେବ । ପରୀକ୍ଷା ବାତିଲ ନେଇ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି । ୟୁଜିସିରେ ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଛନ୍ତି କୋର୍ଟ । ସେପ୍ଟେମ୍ବର ସୁଦ୍ଧା ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଥିଲା । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଏହି ରାୟ ଶୁଣାଯାଇଛି । କରୋନା ଅସୁବିଧା ଥିଲେ ସମ୍ପୃକ୍ତ ରାଜ୍ୟ ପରୀକ୍ଷା ଘୁଞ୍ଚାଇ ପାରିବେ । ଏଥିପାଇଁ ସମ୍ପୃକ୍ତ ରାଜ୍ୟ ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଆବେଦନ କରିବେ । ୟୁଜିସି ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।