୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ଟିକାକରଣ ପାଇଁ ୨୮ରୁ ପଞ୍ଜୀକରଣ

ଭୁବନେଶ୍ୱର-୨୬.୦୪.୨୦୨୧, ରାଜ୍ୟରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ହେବ । ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଟୀକା । ତେବେ ଟୀକାକରଣ ପାଇଁ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ । ପଞ୍ଜୀକରଣ ନ କରିଥିଲେ କରୋନା ଟୀକା ଦିଆଯିବ ନାହିଁ । ତେବେ ଆସନ୍ତା ୨୮ ତାରିଖରୁ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ । ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଟୀକା ନେବା ପାଇଁ କୋଓ୍ୱିନ ପୋର୍ଟାଲରେ ପଞ୍ଜୀକରଣ କରିହେବ । ବର୍ତ୍ତମାନ ରାଜ୍ୟରେ ୫୪୦ କେନ୍ଦ୍ରରେ ଟିକା ଦିଆଯାଉଛି । ରାଜ୍ୟରେ ୨.୦୫ ଲକ୍ଷ କୋଭିସିଲ୍ଡ ଓ ୩.୭ ଲକ୍ଷ କୋଭାକ୍ସିନ ଟୀକା ମହଜୁଦ ରହିଛି । । ପଞ୍ଜୀକରଣ ପରେ ମହଜୁଦ ଟିକାକୁ ଦେଖି ସ୍ଲଟ ବୁକ୍ କରାଯିବ ।

Leave A Reply

Your email address will not be published.